ବିବାହ ବନ୍ଧନରେ ବାନ୍ଧି ବାନ୍ଧିହେଲେ ଦୀପକ ଚାହର

ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚାହର ଓ ବାନ୍ଧବୀ ଜୟା ଭରଦ୍ୱାଜଙ୍କ ସହ ବିବାହ…

ନୂଆଦିଲ୍ଲୀ : ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଦୀପକ ଚାହର ଓ ବାନ୍ଧବୀ ଜୟା ଭରଦ୍ୱାଜଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ବିବାହ ସମାରୋହ ଉତ୍ତର ପ୍ରଦେଶର ଆଗ୍ରାରେ ଅନୁଷ୍ଠିତ ହୋଇଛି । ଏଥି ସହିତ ଅନ୍ୟ ରୀତିନିତି ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ବିବାହ ସମାରୋହରେ ୨୦୦ରୁ ୨୫୦ ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଦିଲ୍ଲୀ ନିବାସୀ ଜୟା ଭରଦ୍ୱାଜ ଏକ କର୍ପୋରେଟ ଶିଳ୍ପ ସହିତ ଜଡିତ । ସୂଚନାଯୋଗ୍ୟ ଯେ, ଦୀପକ ଚାହାର ୨୦୧୬ରୁ ଆଇପିଏଲ୍‌ ଖେଳୁଛନ୍ତି । ସେ ରାଜସ୍ଥାନ ରୟାଲ୍ସ, ପୁଣେ ସୁପରଜ୍ୟାଣ୍ଟ ଓ ଚେନ୍ନାଇ ସୁପର କିଙ୍ଗସ ପାଇଁ ଖେଳିଛନ୍ତି । ଆଇପିଏଲ-୨୦୨୨ରେ ଦୀପକକୁ ଚେନ୍ନାଇ ୧୪ କୋଟି ଟଙ୍କାରେ କିଣିଥିଲା । କିନ୍ତୁ ପିଠିରେ ଯନ୍ତ୍ରଣା ହେବାରୁ ଦୀପକ ମ୍ୟାଚ ଖେଳିପାରି ନଥିଲେ ।