ରିୟାଙ୍କୁ ବିଦେଶ ଯିବାକୁ ଅନୁମତି ମିଳିଲା

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ରିୟା….

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ରିୟା ଚକ୍ରବର୍ତ୍ତୀଙ୍କୁ ମୁମ୍ବାଇ ଅଦାଲତରୁ ଆଶ୍ୱସ୍ତି ମିଳିଛି । କୋର୍ଟ ରିୟାଙ୍କୁ ସର୍ତ୍ତ ସହ ବିଦେଶ ଯିବାକୁ ଅନୁମତି ପ୍ରଦାନ କରିଛନ୍ତି । ରିୟାଙ୍କୁ ଅବୁଧାବୀର ଭାରତୀୟ ଦୂତବାସକୁ ଯାଇ ଉପସ୍ଥାନ ଦର୍ଶାଇବାକୁ ପଡିବ ଏବଂ ଉପସ୍ଥାନ ପତ୍ରକୁ ଜୁନ୍‌ ୬ରେ କୋର୍ଟରେ ଦେବାକୁ ହେବ । ଏଥିସହିତ ଅତିରିକ୍ତ ସିକ୍ୟୁରିଟି ପାଇଁ କୋର୍ଟ ରେଜିଷ୍ଟ୍ରୀରେ ୧ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ସୂଚନାଯୋଗ୍ୟ ଏନସିବି ଡ୍ରଗ୍ସ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲା । ଆଇଫା ଆୱର୍ଡ ଲାଗି ରିୟାଙ୍କୁ ଆବୁଧାବୀ ଯିବାର ଅଛି । ସେଥିପାଇଁ ତାଙ୍କୁ ତାଙ୍କ ପାସପୋର୍ଟ ଦିଆଯାଉ ବୋଲି କୋର୍ଟରେ ରିୟାଙ୍କ ଓକିଲ ଆବେଦନ କରିଥିଲେ ।