ଅଷ୍ଟ୍ରେଲିଆ ଦଳର ହେଡ କୋଚଙ୍କୁ କରୋନା

ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିିକେଟ ଟିମକୁ ଝଟକା ଲାଗିଛି । ଗସ୍ତର ଠିକ୍‌ ସପ୍ତାହେ ପୂର୍ବରୁ ଟିମର ମୁଖ୍ୟ…

ନୂଆଦିଲ୍ଲୀ: ଶ୍ରୀଲଙ୍କା ଗସ୍ତ ପୂର୍ବରୁ ଅଷ୍ଟ୍ରେଲିଆ କ୍ରିିକେଟ ଟିମକୁ ଝଟକା ଲାଗିଛି । ଗସ୍ତର ଠିକ୍‌ ସପ୍ତାହେ ପୂର୍ବରୁ ଟିମର ମୁଖ୍ୟ କୋଚ ଆଣ୍ଡ୍ର୍ୟୁ ମ୍ୟାକଡୋନାଲ୍ଡ କୋଭିଡ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସୋସିଆଲ୍‌ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ କ୍ରିକେଟ୍‌ ଅଷ୍ଟ୍ରେଲିଆ ଏହି ସୂଚନା ଦେଇଛି । ପୋଷ୍ଟରେ ଲେଖାଯାଇଛି, ପଜିଟିଭ୍‌ ହେବା କାରଣରୁ ମ୍ୟାକଡୋନାଲ୍ଡ ନିର୍ଦ୍ଧାରିତ ସମୟରେ ଶ୍ରୀଲଙ୍କା ଯାତ୍ରା କରିପାରି ନାହାନ୍ତି ଏବଂ ଆଇସୋଲେସନରେ ଅଛନ୍ତି । ତାଙ୍କ ଅନୁପସ୍ଥିତିରେ ମିଚେଲ୍‌ ଡି ଭେଣ୍‌ଟୋଙ୍କୁ ଟିମ୍‌ର ମୁଖ୍ୟ କୋଚ ନିଯୁକ୍ତ କରାଯାଇଛି । ମ୍ୟାକଡୋନାଲ୍ଡ ଜୁନ୍‌ ୮ ତାରିଖରେ ହେବାକୁ ଥିବା ଦ୍ୱିତୀୟ ଟି-୨୦ ବେଳକୁ ଟିମ ସହ ଯୋଗ ଦେଇପାରନ୍ତି । ଅଷ୍ଟ୍ରେଲିଆ ଟିମ୍‌ ଶ୍ରୀଲଙ୍କାରେ ଜୁନ୍‌ ୭ ଓ ୮ ତାରିଖରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବେ ।