ଜୁଲାଇ ୪ରୁ ଓଜେଇଇ ଏଣ୍ଟ୍ରାନ

ଓଜେଇଇ ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ଯାଏଁ….

ଭୁବନେଶ୍ୱର : ଓଜେଇଇ ୨୦୨୨ ପାଇଁ ପରୀକ୍ଷା ସୂଚୀ ପ୍ରକାଶ ପାଇଛି । ଆସନ୍ତା ଜୁଲାଇ ୪ରୁ ପରୀକ୍ଷା ଆରମ୍ଭ ହୋଇ ୮ ଯାଏଁ ଚାଲିବ । ସକାଳ ୯ଟାରୁ ପ୍ରତିଦିନ ୩ଟି ସିଫ୍ଟରେ ପରୀକ୍ଷା ହେବ । ଜୁଲାଇ ୪ରେ ୩ଟି ଯାକ ସିଫ୍ଟରେ ଲାଟେରାଲ ଏଣ୍ଟ୍ରି ଡିପ୍ଲୋମା ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ଜୁଲାଇ ୫ର ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ଏମସିଏ/ଏଏସସି କମ୍ପ୍ୟୁଟର ସାଇନ୍ସ ପରୀକ୍ଷା ହେବ । ଜୁଲାଇ ୫ର ତୃତୀୟ ସିଫ୍ଟରେ ୧୧ଟି ବିଷୟରେ ଏମଟେକ, ଏମଆରଚ, ଏମପ୍ଲାନ, ଏମଫାର୍ମ, ବିକ୍ୟାଟ ପରୀକ୍ଷା ହେବ । ୬ ତାରିଖର ପ୍ରଥମ ୨ଟି ସିଫ୍ଟରେ ଏମବିଏ, ତୃତୀୟ ସିଫ୍ଟରେ ଇଣ୍ଟିଗ୍ରେଟେଡ୍‌? ଏବିଏ ପରୀକ୍ଷା ହେବ । ୮ ତାରିଖରେ କେବଳ ପ୍ରଥମ ଓ ଦ୍ୱିତୀୟ ସିଫ୍ଟରେ ବିଫାର୍ମ ପ୍ରବେଶିକା ପରୀକ୍ଷା ହେବ । ପ୍ରାୟ ୫୮ ହଜାର ପିଲା ଚଳିତ ଥର ପରୀକ୍ଷା ଦେବେ । ଏଥିନିମନ୍ତେ ପ୍ରାୟ ୬୫ ପିଲା ପଞ୍ଜିକରଣ କରିଥିଲେ । ଗତ ବର୍ଷ ତୁଳନାରେ ୨ ହଜାର ପିଲା ଅଧିକ ପରୀକ୍ଷା ଦେବେ ।