ହ୍ରଦକୁ ଡେଇଁ ଗୋଟିଏ ପରିବାରର ୪ମୃତ

ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ..

ହାଇଦ୍ରାବାଦ: ହାଇଦ୍ରାବାଦ ଉପକଣ୍ଠର ନାଦରଗୁଲ ଅଞ୍ଚଳରେ ଗୋଟିଏ ପରିବାରର ୪ ଜଣ ଆତ୍ମହତ୍ୟା କରିଛନ୍ତି । ଗୋଟିଏ ପରିବାରର ସ୍ୱାମି-ସ୍ତ୍ରୀ ତାଙ୍କର ଦୁଇଟି ଛୋଟ ପିଲାଙ୍କୁ ଧରି ରଙ୍ଗା ରେଡ୍ଡି ଜିଲ୍ଲାରେ ଥିବା କୁରମଲଗୁଡ଼ା ହ୍ରଦକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ସହି ମୃତଦେହଗୁଡ଼ିକୁ ପୋଲିସ ହ୍ରଦରୁ ଉଦ୍ଧାର କରିଛି । ଆତ୍ମହତ୍ୟା କରିବା ପୂର୍ବରୁ ମୃତକମାନେ ବିଷ ପିଇଥିଲେ । ରିପୋର୍ଟ ଅନୁସାରେ ତାଙ୍କ ମୃତ ଦେହକୁ ହ୍ରଦରୁ ଉଦ୍ଧାର କରାଯାଇଥିଲା । ୪ ଜଣଙ୍କ ମୃତଦେହକୁ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ବୋଲି ଜଣେ ପୋଲିସ ଅଧିକାରୀ କହିଛନ୍ତି । ଆର୍ଥିକ ସମସ୍ୟା ପାଇଁ ସେମାନେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ତାଙ୍କର ସମ୍ପର୍କିୟମାନେ କହିଛନ୍ତି ।