ଦିଲ୍ଲୀରେ ପୁଣି ଚାଲିଲା ବୁଲ ଡୋଜର
ଦିଲ୍ଲୀରେ ପୁଣି ଚାଲିଲା ବୁଲଡୋଜର । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ….
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଚାଲିଲା ବୁଲଡୋଜର । ଯମୁନା ଓ ହିଣ୍ଡନ ନଦୀ ଅଞ୍ଚଳରେ ବେଆଇନ ଜବରଦଖଲ କରି ନିର୍ମାଣ ହୋଇଥିବା ଫାର୍ମ ହାଉସ ଉପରେ ବୁଲଡୋଜର ଚାଲିଛି । ଏହା ନୋଏଡା ପ୍ରାଧିକରଣ ୱାର୍କ ସର୍କଲ୧୦ର ସବୁଠାରୁ ବଡ କାର୍ଯ୍ୟାନୁଷ୍ଠାନ ଅଟେ । ଭୂଲେଖ ଓ ଜଳ ସେଚନ ବିଭାଗ ମିଳିତ ଭାବେ ଜବରଦଖଲ ହଟାଇଛନ୍ତି । ସେମାନେ ତିଲବାଡା ଗ୍ରାମର ୫୫ ଓ ଗୁଲାବଲୀ ଗ୍ରାମରେ ଥିବା ୭ଟି ଫାର୍ମ ହାଉସକୁ ଭାଙ୍ଗିବା ସହ ୧ ଲକ୍ଷ ୪୫ ହଜାର ବର୍ଗ ମିଟରର ଜମିକୁ ଜବରଦଖଲ ମୁକ୍ତ କରିଛନ୍ତି । ଏହାସହ ଜବର ଦଖଲକାରୀଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।