ରାଜେଶଙ୍କ ବାୟୋପିକ କରିବାକୁ ମନା କଲେ ଫରାହ
ବାସ୍ତବରେ, ଗତ ବର୍ଷ ନିର୍ମାତା ନିଖିଲ ଦ୍ୱିବେଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍ …
ମୁମ୍ବାଇ : ଫରାହ ଖାନ ବର୍ତ୍ତମାନ ବି ଟାଉନର ଜଣେ ନିର୍ଦ୍ଦେଶକ । ‘ଓମ ଶାନ୍ତି ଓମ’ କିମ୍ବା ‘ଚେନ୍ନାଇ ଏକ୍ସପ୍ରେସ୍’ରେ କିପରି ଅଭିନୟ କରିବେ ତାହା ସେ ଭଲଭାବେ କଳାକାରକୁ ଜଣାନ୍ତି । ହେଲେ ବର୍ତ୍ତମାନ ଯେତେବେଳେ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ ନିର୍ଦ୍ଦେଶନା ଦେବା ପାଇଁ ନିର୍ଦ୍ଦେଶକଙ୍କୁ ପଚରାଗଲା, ସେତେବେଳେ ସେ ତାଙ୍କର ଆଶ୍ଚର୍ଯ୍ୟଜନକ ରିଆକ୍ସନ ଦେଇଥିଲେ ।
ବାସ୍ତବରେ, ଗତ ବର୍ଷ ନିର୍ମାତା ନିଖିଲ ଦ୍ୱିବେଦୀ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ବାୟୋପିକ୍ କରିବେ ବୋଲି ଘୋଷଣା କରିଥିଲେ । ଅନୁମାନ କରାଯାଉଥିଲା ଯେ ଫରାହ ଖାନ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ । ହେଲେ ଫରାହ ଏପର୍ଯ୍ୟନ୍ତ ଏଥିରେ ରାଜି ହୋଇନାହାଁନ୍ତି ।