କର୍ମଚାରୀଙ୍କୁ ଛଟେଇ କରିବ ଟେସଲା

ବର୍ତ୍ତମାନ ସମୟରେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦେଖି ଦୁଃଖ ଲାଗୁଛି…

ନୂଆଦିଲ୍ଲୀ : କମ୍ପାନିରୁ କର୍ମଚାରୀଙ୍କୁ ଛଟେଇ କରିବ ନେଇ ଘୋଷଣା କରିଛନ୍ତି କମ୍ପାନିର ସିଇଓ ଏଲନ ମସ୍କ । କମ୍ପାନିର ମୋଟ କର୍ମଚାରୀଙ୍କ ସଂଖ୍ୟାକୁ ୧୦ ପ୍ରତିଶତ ହ୍ରାସ କରିବାକୁ ମସ୍କ ଘୋଷଣା କରିବା ସହ ନୂଆ ନିଯୁକ୍ତି ଉପରେ ମଧ୍ୟ ରୋକ ଲଗାଇଛନ୍ତି । ସେ କହିଛନ୍ତି ବର୍ତ୍ତମାନ ସମୟରେ ସାରା ବିଶ୍ୱର ଆର୍ଥିକ ସ୍ଥିତିକୁ ଦେଖି ଦୁଃଖ ଲାଗୁଛି । ସେହିପରି ସମସ୍ତ କମ୍ପାନିର ସମସ୍ତ ନୂଆ ନିଯୁକ୍ତି ଉପରେ ରୋକ ଲଗାଇବା ପାଇଁ ମଧ୍ୟ କୁହାଯାଇଛି ।