କେଦାରନାଥ ଧାମରେ ଶ୍ରଦ୍ଧାଳୁଙ୍କ ଭିଡ଼
ସାତ ସମୁଦ୍ର ପାର ଇଂଲଣ୍ଡରେ ରହୁଥିବା ସୁପ୍ରିୟା ମୁଂଦ୍ରା କେଦାରନାଥ ଭଗବାନଙ୍କ ଦର୍ଶନ କରିବାକୁ ଚାହୁଁଥିଲେ…
ନୂଆଦିଲ୍ଲୀ : ପ୍ରକୃତ ଶ୍ରଦ୍ଧା ଏବଂ ଲକ୍ଷ୍ୟକୁ ନେଇ ଯେତେବେଳେ ମଣିଷ ଚାଲେ, ମାର୍ଗଦର୍ଶନ କରିବାବାଲାଙ୍କ କମି ହୁଏନାହିଁ । ଏହିପରି ଜଣେ ମହିଳା ସାତ ସମୁଦ୍ର ଆରପଟୁ ଉତ୍ତରାଖଣ୍ଡ ସ୍ଥିତ ଭଗବାନ କେଦାରନାଥଙ୍କୁ ଦର୍ଶନ କରିଛନ୍ତି । ସାତ ସମୁଦ୍ର ପାର ଇଂଲଣ୍ଡରେ ରହୁଥିବା ସୁପ୍ରିୟା ମୁଂଦ୍ରା କେଦାରନାଥ ଭଗବାନଙ୍କ ଦର୍ଶନ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କୁ ଜଣାନଥିଲା ଯେ ଭଗବାନ କେଦାର ନାଥ କେଉଁଠାରେ । ସେଠାକୁ କିପରି ପହଂଚିହେବ ।
ସେ ଇଣ୍ଟରନେଟରେ ସର୍ଚ୍ଚ କରି ଜିଲ୍ଲା ପ୍ରଶାସନ ରୁଦ୍ରପ୍ରୟାଗର ସାଇଟରେ ଡାଉନଲୋଡ଼ ସମସ୍ତ ନୋଡାଲ ଅଧିକାରୀଙ୍କ ଫୋନ ନମ୍ବର ଖୋଜିଥିଲେ । ସୁପ୍ରିୟା କହନ୍ତି ଯେ ସେ ଦୁଇ ତିନି ନମ୍ବରରେ କଲ କରିଥିଲେ, କିନ୍ତୁ ତାହା ଲାଗିନଥିଲା । ଶେଷରେ ଜିଲ୍ଲା ଆପଦା ପ୍ରବନ୍ଧନ ଅଧିକାରୀ ନନ୍ଦନ ସିଂହ ରଜବାରଙ୍କ ନମ୍ବର ମିଳିଥିଲା ।