ଦେଶରେ ୧୯୩.୯୬ କୋଟିରୁ ଅଧିକ ଦିଆଗଲାଣି କରୋନା ଟିକା

ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୧.୬୭ ଲକ୍ଷରୁ ଅଧିକ ଟୀକା ଦିଆଯାଇଛି…

ନୂଆଦିଲ୍ଲୀ : ଦେଶରେ କରୋନା ଟୀକାକରଣ ଅଭିଯାନରେ ୧୯୩.୯୬ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମୁଦାୟ ୧୧.୬୭ ଲକ୍ଷରୁ ଅଧିକ ଟୀକା ଦିଆଯାଇଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୧୯୩.୫୩ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଏଥିମଧ୍ୟରୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ପାଖରେ ଆଜି ସୁଦ୍ଧା ୧୪.୯୩ କୋଟି ଟୀକା ମହଜୁତ ଥିବା ଖବର ମିଳିଛି ।