ନୂଆଦିଲ୍ଲୀ : ଇଂଲଣ୍ଡ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ ଏବେ ରୋମାଞ୍ଚକର ସ୍ଥିତିରେ ପହଁଚିଛି । ଏହାମଧ୍ୟରେ ଟେଷ୍ଟ ମ୍ୟାଚର ଏକ ଫଟୋ ଭାଇରାଲ ହୋଇଛି । ଯାହା ଟେଷ୍ଟ ମ୍ୟାଚର ସ୍ୱତନ୍ତ୍ରତାକୁ ପ୍ରଦର୍ଶିତ କରୁଛି । ଫଟୋରେ ଦେଖିବାକୁ ମିଳିଛି ଯେ, ଇଂଲଣ୍ଡ ନ୍ୟୁଜିଲାଣ୍ଡର ବ୍ୟାଟିଂ ବେଳେ ୬ ସ୍ଲିପଙ୍କୁ ଜଗାଇଥିଲା । ଯାହା ଦଳର ଆଗ୍ରେସିଭ ଫିଲ୍ଡିଂକୁ ପ୍ରଦର୍ଶନ କରୁଛି । ଅଧିକାଂଶ ସମୟରେ ଟେଷ୍ଟ କ୍ରିକେଟରେ ୪ ଜଣ ସ୍ଲିପ ଫିଲ୍ଡର ଦେଖିବାକୁ ମିଳେ । କିନ୍ତୁ ୬ ଜଣ ସ୍ଲିପ୍ ଦେଖିବା ଭିନ୍ନ ଅଟେ । ଯେଉଁଥିରୁ ଇଂଲଣ୍ଡର ଟିମ ଏବେ ନୂଆ ଅବତାର ନେଇଥିବା ମନେ କରାଯାଉଛି ।