ଘାଟିରେ ଭୟଙ୍କର ବସ ଦୁର୍ଘଟଣା :୨୬ ମୃତ

ସୂଚନା ପାଇ ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି..

ନୂଆଦିଲ୍ଲୀ : ଉତ୍ତର କାଶୀରେ ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ 26 ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ପାଇ ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବସରେ ଥିବା ଯାତ୍ରୀମାନେ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଆହତମାନଙ୍କୁ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଗାଡିରେ ୪୦ ଜଣ ଯାତ୍ରୀ ଥିବା ଅନୁମାନ କରାଯାଇଛି । ଆହତ ମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି ।