ସିରିଜ ପୂର୍ବରୁ ଦ.ଆଫ୍ରିକା ଖେଳାଳିଙ୍କ କୋଭିଡ ଟେଷ୍ଟ

ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କୋଭିଡ…

ନୂଆଦିଲ୍ଲୀ : ଭାରତ ଗସ୍ତରେ ଆସିଥିବା ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳର କୋଭିଡ ଟେଷ୍ଟ କରାଯାଇଛି । ସମସ୍ତ ସଦସ୍ୟଙ୍କ ରିପୋର୍ଟ ନେଗେଟିଭ ଆସିବା ପରେ ଦଳ ଅଭ୍ୟାସ୍‌ ଆରମ୍ଭ କରିଛି । ଅଲରାଉଣ୍ଡର ଆଡନ ମାରକ୍ରମ ସ୍ପିନ ବୋଲିଂ ଅଭ୍ୟାସ କରିଛନ୍ତି । ପାଞ୍ଚ ବର୍ଷ ପରେ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ୱେନ ପାର୍ଣ୍ଣେଲ ଦୀର୍ଘ ସମୟ ଧରି ଅଭ୍ୟାସ କରିଛନ୍ତି । ରସି ଭାନ ଡର ଡସେନ ମୁଖ୍ୟ କୋଚ ମାର୍କ ବାଉଚରଙ୍କ ରକ୍ଷଣାବେକ୍ଷଣରେ ବ୍ୟାଟିଂ ଅଭ୍ୟାସ କରିଛନ୍ତି । ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ପ୍ରଥମ ମ୍ୟାଚ ଜୁନ ୯ରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ । ତେଣୁ ଭ୍ରମଣକାରୀ ଦଳର ଖେଳାଳିଙ୍କ କରୋନା ଟେଷ୍ଟ କରାଯାଇଥିଲା ।