ବଣୁଆ ହାତୀ ଆକ୍ରମଣରେ ମହିଳା ମୃତ

ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଇଥଗଡ଼ିଆ ଗ୍ରାମର ସ୍ୱର୍ଗତ ଶ୍ୟାମସୁନ୍ଦର ସିଂଙ୍କ…

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କଇଥଗଡ଼ିଆ ଗ୍ରାମର ସ୍ୱର୍ଗତ ଶ୍ୟାମସୁନ୍ଦର ସିଂଙ୍କ ପତ୍ନୀ ସଜନୀ ସିଂ(୫୨) ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି ।ସୂଚନା ଥାଉ କି, ସଜନୀ ଛେଳି ଖୋଜୁଥିବା ସମୟରେ ଜଙ୍ଗଲରେ ମୟୁରଭଞ୍ଜ ଜ଼ିଲ୍ଲା କେନ୍ଦୁଗଠିଆ ଠାରେ ବଣୁଆ ହାତୀ ଆକ୍ରମଣ କରିଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ସଜନୀଙ୍କ ଶବକୁ ଆଣି ମାଲିକାସୁନ୍ଦରୀ ଓ ବଡହୁଡି ପାହାଡ଼ରେ ଶବ କୁ ରଖିଥିଲେ । ମୟୂରଭଞ୍ଜ ବନ ବିଭାଗ ଓ କୁପାରୀ ରେଞ୍ଜର ବବିତା ସୋରେନ, କଇଁଥଗଡିଆର ଫରେଷ୍ଟ ଗାର୍ଡ ଡାଳିମ୍ବ ବେହେରା, ଖଇରା ପୋଲିସ ଉପସ୍ଥିତରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଯାଇଛି ।