ପୁଣି କିଭ ଉପରେ ରୁଷର ମିସାଇଲ ମାଡ

ଅନ୍ୟପକ୍ଷରେ ରୁଷର ଏହି ଆକ୍ରମଣକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି କହିଛି ୟୁକ୍ରେନ…

ନୂଆଦିଲ୍ଲୀ: ୟୁକ୍ରେନର ରାଜଧାନୀ କିଭ ଉପରେ ପୁଣି ଥରେ ମିସାଇଲ ଆକ୍ରମଣ କରିଛି ରୁଷ । ସେହିପରି ୟୁକ୍ରେନକୁ ଯୋଗାଇଦିଆଯାଇଥିବା ଟ୍ୟାଙ୍କ ଓ ଅସ୍ତ୍ରଶସ୍ତ୍ରକୁ ଧ୍ୱଂସ କରିବାକୁ ଏହି ଆକ୍ରମଣ କରାଯାଇଥିଲା ବୋଲି ରୁଷ କହିଛି । ୟୁକ୍ରେନ ଉପରେ ରୁଷ ପକ୍ଷରୁ ୫ଟି କେଏଚ-୨୨ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଅନ୍ୟପକ୍ଷରେ ରୁଷର ଏହି ଆକ୍ରମଣକୁ ଏକ ଆତଙ୍କବାଦୀ କାଣ୍ଡ ବୋଲି କହିଛି ୟୁକ୍ରେନ । ଏଥିପାଇଁ ରୁଷ ଉପରେ ସାନି କଟକଣା ଲଗାଯିବା ଉଚିତ । ରୁଷ ଆକ୍ରମଣରୁ ନିଜକୁ ରକ୍ଷା କରିବାକୁ ୟୁକ୍ରେନକୁ ଅଧିକ ସଂଖ୍ୟକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇଦିଆଯିବା ଉଚିତ ବୋଲି ସେ କହିଛନ୍ତି ।