ଭାରତ-ଦ.ଆଫ୍ରିକା ମ୍ୟାଚରେ ବାୟୋ ବବଲ ନିୟମ ରହିବ ନାହିଁ

ଜୁନ ୯ ତାରିଖରେ ପ୍ରଥମ ଟି-୨୦ ଖେଳାଯିବ…

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମ ସାଉଥ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ଖେଳିବାକୁ ଯାଉଛି । ଭ୍ରମଣକାରୀ ଦଳ ଅଭ୍ୟାସ ମଧ୍ୟ ଆରମ୍ଭ କରିସାରିଛି । ଜୁନ ୯ ତାରିଖରେ ପ୍ରଥମ ଟି-୨୦ ଖେଳାଯିବ । ତେବେ ବଡ କଥା ହେଉଛି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଦ୍ୱିପାକ୍ଷିକ ଟି-୨୦ ସିରିଜରେ ବାୟୋ ବବଲ ନିୟମ ରହିବ ନାହିଁ । କିନ୍ତୁ ଗତ କିଛି ଦିନ ହେଲା କରୋନା ସଂକ୍ରମଣ ହାର ବୃଦ୍ଧି ପାଉଛି ।

ଏହାକୁ ଦୃଷ୍ଟିରେ ରଖି ପ୍ରତି ମ୍ୟାଚ ପୂର୍ବରୁ ଉଭୟ ଦଳର ଖେଳାଳିଙ୍କ କରୋନା ଟେଷ୍ଟ କରାଯିବ । କେବଳ ଖେଳାଳି ନୁହେଁ ଦଳର ସହଯୋଗୀ ସଦସ୍ୟଙ୍କର ମଧ୍ୟ କରୋନା ପରୀକ୍ଷଣ କରାଯିବ । ଏହା ପୂର୍ବରୁ ବିସିସିଆଇ ସଚିବ ଜୟ ଶାହା କହିଥିଲେ ଆଇପିଏଲ ୨୦୨୨ରେ ଖେଳାଳିଙ୍କ ପାଇଁ ବାୟୋ ବବଲ ନିୟମ ରହିଥିଲା । କିନ୍ତୁ ଏବେ ବାୟୋ ବବଲ ବ୍ୟବସ୍ଥାରୁ ଖେଳାଳିଙ୍କୁ ମୁକ୍ତି ଦିଆଯିବ ।