ଗରିବଙ୍କ ପାଇଁ ଆଇପିଏଲରେ କାମ କରୁଛନ୍ତି ଗମ୍ଭୀର
ଲୋକଙ୍କ ମୁହଁରେ ଆହର ଦେବାକୁ ଏଭଳି କାମ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମର ଖେଳାଳି ଗୌତମ ଗାମ୍ଭୀର…
ନୂଆଦିଲ୍ଲୀ : ନିଜ ଲୋକସଭା କ୍ଷେତ୍ରରେ ଲୋକଙ୍କୁ ୧ ଟଙ୍କାରେ ପେଟପୂରା ଖାଦ୍ୟ ଖାଇବାକୁ ଦେବାକୁ ଜଣେ ସାଂସଦଙ୍କୁ ଆଇପିଏଲରେ କାମ କରିବାକୁ ପଡ଼ୁଛି । ଏହାଛଡ଼ା ତାଙ୍କୁ କ୍ରିକେଟ ସିଧାପ୍ରସାରଣ ବେଳେ କମେଣ୍ଟ୍ରି ଦେବାକୁ ମଧ୍ୟ ପଡ଼ୁଛି । ଲୋକଙ୍କ ମୁହଁରେ ଆହର ଦେବାକୁ ଏଭଳି କାମ କରୁଛନ୍ତି ପୂର୍ବତନ ଭାରତୀୟ କ୍ରିକେଟ ଟିମର ଖେଳାଳି ଗୌତମ ଗାମ୍ଭୀର । ଜଣେ ସାଂସଦ ହୋଇଥିଲେ ହୋଇଥିଲେ ହେଁ ସେ ଲକ୍ଷେ୍ନø ସୁପର ଜିଆଣ୍ଟ ନିମନ୍ତେ ଆଇପିଏଲରେ ମେଣ୍ଟର ଭାବେ କାମ କରିବା ଓ ଅନ୍ୟ ମ୍ୟାଚରେ ଖେଳର ଧାରା ବିବରଣୀ ପ୍ରସାରଣ କାରୁଛନ୍ତି । ଟଙ୍କା ରୋଜଗାର କରିବା ନିମନ୍ତେ ତାଙ୍କର ଏହି କାମ କରିବାକୁ ନେଇ ଅନେଇ ଅଙ୍ଗୁଳି ଉଠାଇଥିଲେ । ହେଲେ ସେ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କଡ଼ା ସମାଲୋଚନା କରି କହିଛନ୍ତି, ସେ ନିଜ ପାଇଁ ନୁହେଁ ବରଂ ଆରମ୍ଭ କରିଥିବା ଜନ ରୋଷେଇ ଅଭିଯାନ ଚାଲୁ ରଖିବା ନିମେନ୍ତ ଏହି କାମ କରୁଛନ୍ତି । ଯାହାକୁ ସେ ନିଜ ପକେଟରୁ ଖର୍ଚ୍ଚ କରୁଛନ୍ତି ।