ମୁଁ ଜଣେ ଠାକୁର ବିଶ୍ୱାସୀ: କାର୍ତ୍ତିକ ଆରିୟନ

ନିଜର ଏଭଳି ଅଭ୍ୟାସ ବିଷୟରେ କାର୍ତ୍ତିକ କହନ୍ତି ମନ୍ଦିର ଯିବା ପିଲାଟି ଦିନରୁ ମୋର ଅଭ୍ୟାସ…

ମୁମ୍ବାଇ : କାର୍ତ୍ତିକ ଆରିୟନଙ୍କର ଏକ ଅଭ୍ୟାସ ଅଛି । ତାଙ୍କ ଅଭିନୀତ କୌଣସି ଚଳଚ୍ଚିତ୍ର ରିଲିଜ ହେବା ପୂର୍ବରୁ ସେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବାକୁ ଭୁଲନ୍ତି ନାହିଁ । କେବଳ ସେତିକି ନୁହେଁ କୌଣସି ଫିଲ୍ମ ସାଇନ କରିବାପରେ ସେ ମନ୍ଦିର ଯାଇଥାଆନ୍ତି । ନିଜର ଏଭଳି ଅଭ୍ୟାସ ବିଷୟରେ କାର୍ତ୍ତିକ କହନ୍ତି ମନ୍ଦିର ଯିବା ପିଲାଟି ଦିନରୁ ମୋର ଅଭ୍ୟାସ । ତାହାକୁ ଏବେ ମଧ୍ୟ ବଜାୟ ରଖିଛି । ନିକଟରେ ଭୁଲ ଭୁଲେୟା-୨’ ରିଲିଜ ହୋଇଛି । ପ୍ରାରମ୍ଭରୁ ମଧ୍ୟ ଫିଲ୍ମଟି ଭଲ ବିଜନେସ କରୁଛି । ଏହା ପ୍ରିମିୟର ପୂର୍ବରୁ ମୁଁ ମନ୍ଦିର ଯାଇଥିଲି । ସେହି ସମୟରେ ମୋର ଭେଟ ହୋଇଥିବା କେତେଜଣ ସାମ୍ବାଦିକଙ୍କୁ ଏ ବିଷୟରେ କହିଥିଲି । ମୁଁ ଜଣେ ଠାକୁର ବିଶ୍ୱାସୀ । କୌଣସି କାମ କରିବା ପୂର୍ବରୁ ମୁଁ ଯେମିତି ହେଲେ ଠାକୁରଙ୍କୁ ପୂଜା କରି ସେହି କାମ ଆରମ୍ଭ କରିଥାଏ । ବର୍ତ୍ତମାନ କାର୍ତ୍ତିକ ଶୁଟିଂ ଚାଲିଥିବା ‘ଶେହେଜାଦେ’ ଫିଲ୍ମରେ ଅଭିନୟ କରୁଛନ୍ତି ।