ଅଭିନେତ୍ରୀ ୟାମୀ ଗୌତମଙ୍କ ଅବଶୋଷ

ପାଠ ପଢ଼ିଲା ବେଳେ ତ ଓକିଲ ନହେଲେ ଆଇଏଏସ ଅଫିସର ହେବାକୁ ଚାହିଁଥିଲି…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ୟାମି ଗୌତମ ପାଠ ପଢ଼ିବା ସମୟରେ ସେ ଓକିଲ ହେବାକୁ ଇଚ୍ଛା ରଖିଥିଲେ । ପରବର୍ତ୍ତୀ ସମୟରେ ସେ ଜଣେ ପ୍ରଶାସନିକ ଅଧିକାରୀ ହେବାକୁ ସ୍ୱପ୍ନ ଦେଖିଲେ । ହେଲେ ଶେଷରେ ଅଭିନୟକୁ ଆପଣେଇ ନେଇଥିଲେ । ସେ ୨୦୧୨ରେ ସେ ବଲିଉଡରେ ଏଣ୍ଟ୍ରି କରିଥିଲେ । ଆଉ ନିଜର ଏହି ଅଭିନୟ କ୍ୟାରିୟରକୁ ନେଇ ସନ୍ତୁଷ୍ଟ ଅଛନ୍ତି ସେ । ଏ ସମ୍ପର୍କରେ ୟାମି କହନ୍ତି ୟା ଭିତରେ ନଅ ବର୍ଷ ବିତିଗଲାଣି, ହେଲେ ଜଣାପଡୁନାହିଁ । ପାଠ ପଢ଼ିଲା ବେଳେ ତ ଓକିଲ ନହେଲେ ଆଇଏଏସ ଅଫିସର ହେବାକୁ ଚାହିଁଥିଲି । ତାହା ତ ହୋଇପାରିଲା ନାହିଁ । ଶେଷରେ ଆକ୍ଟିଂକୁ ଆପଣେଇ ନେଇଛି । ହିନ୍ଦୀ ସିନେମାରେ ଆଜି ମୁଁ ତିଷ୍ଠି ରହିଛି କେବଳ ଦର୍ଶକଙ୍କ ପାଇଁ ।