ନୂଆଦିଲ୍ଲୀ : କିଛି ଦିନ ଧରି ଖରାପ ଫର୍ମରେ ନଜର ଆସୁଛନ୍ତି ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବ ଅଧିନାୟକ ବିରାଟ କୋହଲି । କୋହଲି ଆଇପିଏଲ୍ରେ ସାମାନ୍ୟ ଉନ୍ନତି କରିବା ନଜର ଆସିଥିଲେ ହେଁ ରୋହିତଙ୍କ ବ୍ୟାଟ ଆଦୌ ଚାଲି ନ ଥିଲା । ଏହାକୁ ନେଇ ଉଭୟ ଖେଳାଳିଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖ୍ତର ଏନେଇ ମତ ରଖିଛନ୍ତି । ଟି-୨୦ ବିଶ୍ୱକପ ୨୦୨୨ ସମୟରେ ରୋହିତ-କୋହଲିଙ୍କ ଉପରେ ବହୁତ ଚାପ ରହିବ । ଏହା ଉଭୟଙ୍କ ପାଇଁ ଶେଷ ବିଶ୍ୱକପ ମଧ୍ୟ ହୋଇପାରେ । କ୍ୟାରିୟରର ପରବର୍ତ୍ତୀ ପର୍ଯ୍ୟାୟରେ କ୍ରମାଗତ ଭାବେ ଚାପ ବୃଦ୍ଧି ପାଇଥାଏ । ସଚିନ ତେନ୍ଦୁଲକର ଯେତେବେଳେ ଶତକ ମାରି ପାରୁ ନ ଥିଲେ ସେତେବେଳେ ତାଙ୍କୁ ମଧ୍ୟ ସମସ୍ତଙ୍କ ପ୍ରଶ୍ନର ଜବାବ ଦେବାକୁ ପଡ଼ୁଥିଲା ବୋଲି ସେ କହିଛନ୍ତି ।