ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ
ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡିଶା ବାସି କଲବଲ କରୁଥିବା ତାତିରୁ ନିସ୍ତାର…..
ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡିଶା ବାସି କଲବଲ କରୁଥିବା ତାତିରୁ ନିସ୍ତାର…..
ଭୁବନେଶ୍ୱର : ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡିଶା ବାସି କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଗତକାଲି ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି- ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା।
Prev Post
Recover your password.
A password will be e-mailed to you.