ପଞ୍ଜାବୀ ଗାୟକ ସିଦ୍ଧୁଙ୍କ ହତ୍ୟାରେ ଜଡିତ ସୁଟର ଗିରଫ

ସୁଟର ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ପୁଲିସ କହିଛ…

ମହାରାଷ୍ଟ୍ର: ଦିବଙ୍ଗତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ଜଣେ ସୁଟରକୁ ଗିରଫ କରାଯାଇଛି । ସୌରଭ ଅରଫ ମହାକାଳକୁ ପୁଣେରୁ ପୁଣେ ପୁଲିସର କ୍ରାଇମ ବ୍ରାଞ୍ଚ ଟିମ୍‌ ଗିରଫ କରିଥିବା ଜଣାପଡିଛି । ପଞ୍ଜାବ ପୁଲିସ ୮ଜଣ ସୁଟରଙ୍କୁ ଚିହ୍ନଟ କରିଥିବା ନେଇ ବିଗତ ଦିନରେ ଦାବି କରିଥିଲା । ସେମାନଙ୍କ ମଧ୍ୟରୁ ୨ଜଣ ମହାରାଷ୍ଟ୍ରର ପୁଣେରୁ ହୋଇଥିବାବେଳେ ପଞ୍ଜାବ, ହରିୟାଣାରୁ ୨ ଲେଖାଏଁ ଓ ରାଜସ୍ଥାନରୁ ଜଣେ ରହିଛନ୍ତି । ସମସ୍ତ ସୁଟର ଲୋରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ବୋଲି ପୁଲିସ କହିଛ ।