ପଶ୍ଚିମ ଓଡ଼ିଶାକୁ ତ୍ରାହି ନାହିଁ, ୮ ଜିଲ୍ଲାକୁ ଗ୍ରୀଷ୍ମ ପ୍ରବାହ

ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡିଶା ବାସି କଲବଲ କରୁଥିବା ତାତିରୁ ନିସ୍ତାର…..

ଭୁବନେଶ୍ୱର : ତତଲା କଡ଼େଇରେ ଛଟପଟ ହେଉଛନ୍ତି ପଶ୍ଚିମ ଓଡିଶା ବାସି କଲବଲ କରୁଥିବା ତାତିରୁ ନିସ୍ତାର ପାଇଁ ଆଉଟୁପାଉଟୁ ହେଉଥିବା ବେଳେ ଏବେ ସେଥିରୁ ମିଳିବନି ତ୍ରାହି। ଆହୁରି ୨ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

 ଆଜି ପଶ୍ଚିମ ଓଡିଶା ବାସି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗକେନ୍ଦ୍ର ପକ୍ଷରୁ ଟ୍ୱିଟ୍‌ କରି ଏହି ସୂଚନା ଦିଆଯାଇଛି। ଏହି ୮ଟି ଜିଲ୍ଲାବାସୀ ଆଜି ଦିନ ୧୧ଟାରୁ ଦିନ ୩ଟା ପର୍ଯ୍ୟନ୍ତ ଯଥାସମ୍ଭବ ଯାତାୟତରୁ ନିବୃତ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

ଗତକାଲି ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୫.୨ ଡିଗ୍ରୀରେ ରେକର୍ଡ କରାଯାଇଥିଲା। ସେହିପରି ସମ୍ବଲପୁରର ତାପମାତ୍ରା ୪୪.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ସୋନପୁରରେ ୪୪.୬, ବରଗଡ଼ରେ ୪୪, ବଲାଙ୍ଗିରରେ ୪୪.୩, ନୂଆପଡ଼ାରେ ୪୦, ବୌଦ୍ଧରେ ୪୩ ଓ ଝାରସୂଗୁଡ଼ାରେ ୪୪.୨ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ଅନ୍ୟାନ୍ୟ ସହର, ଯେମିତିକି- ଭବାନୀପାଟଣାରେ ଗତକାଲି ଦିନର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀ ରହିଥିବା ବେଳେ ସୁନ୍ଦରଗଡ଼ରେ ୪୧ ଓ ହୀରାକୁଦରେ ୪୩.୬ ଡିଗ୍ରୀ ରହିଥିଲା।