ବଦଳିଲା ସିଡିଏସ ନିଯୁକ୍ତି ନିୟମ

୪ ଷ୍ଟାର ଜେନେରାଲ ସହ ଏଣିକି ୩ ଷ୍ଟାର ଜେନେରାଲ ବି ସିଡିଏସ ହେବେ ବୋଲି ଜଣାପଡିଛି…

ନୂଆଦିଲ୍ଲୀ: କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ଚୀଫ ଅଫ୍‌ ଡିଫେନ୍ସ ଷ୍ଟାଫ(ସିଡିଏସ) ନିଯୁକ୍ତି ନିୟମରେ ବଡ ପରିବର୍ତ୍ତନ ଆଣିଛନ୍ତି । ନୂଆ ନିୟମ ଅନୁସାରେ ବାୟୁସେନା ଓ ନୌସେନାରେ ସେବାରତ ଲେଫଟନାଣ୍ଟ ଜେନେରାଲ କିମ୍ବା ତାଙ୍କ ସମକକ୍ଷ ସିଡିଏସ ହୋଇପାରିବେ । ୬୨ ବର୍ଷ ବୟସ୍କ ଅବସରପ୍ରାପ୍ତ ସେନା ମୁଖ୍ୟ ମଧ୍ୟ ସିଡିଏସ ହୋଇପାରିବେ । ୪ ଷ୍ଟାର ଜେନେରାଲ ସହ ଏଣିକି ୩ ଷ୍ଟାର ଜେନେରାଲ ବି ସିଡିଏସ ହେବେ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଦେଶର ପ୍ରଥମ ସିଡିଏସ ଜେନେରାଲ ବିପିନ ରାୱତ ଗତବର୍ଷ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ସେବେଠୁ ସିଡିଏସ ପଦ ଖାଲି ପଡିଛି ।