ମୁମ୍ବାଇରେ ଭୁଶୁଡିଲା କୋଠା: ଜଣେ ମୃତ

ବାନ୍ଦ୍ରାର ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଏହି ତିନି ମହଲା କୋଠାଟି ଭୁଶୁଡି ଯାଇଛି…

ମୁମ୍ବାଇ : ମୁମ୍ବାଇରେ ସହରର ବାନ୍ଦ୍ରା ଅଞ୍ଚଳରେ ଏକ ତିନି ମହଲା କୋଠା ଭୁଶୁଡି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ବାନ୍ଦ୍ରାର ଶାସ୍ତ୍ରୀନଗର ଅଞ୍ଚଳରେ ଥିବା ଏହି ତିନି ମହଲା କୋଠାଟି ଭୁଶୁଡି ଯାଇଛି । ଏନେଇ ଖବର ମିଳିବା ପରେ ଉଦ୍ଧାରକାରୀ ଦଳ ସହ ପୋଲିସ, ଆମ୍ବୁଲାନ୍ସ, ଏନ୍‌ଏମସି ଟିମ୍‌ ଓ ଫାୟାର ବିଗ୍ରେଡ ଘଟଣାସ୍ଥଳରେ ପହଞ୍ଚି ୧୬ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।