ଚିକିତ୍ସା ପାଇଁ ଜର୍ମାନୀ ଯିବେ ରାହୁଲ

ରାହୁଲ ଚଳିତ ମାସ ଶେଷ ସୁଦ୍ଧା କିମ୍ୱା ଜୁଲାଇ ଆରମ୍ଭରେ ଜର୍ମାନୀ ଯାଇପାରନ୍ତି…

ନୂଆଦିଲ୍ଲୀ : ଭାରତୀୟ ଟିମର ଓପନର କେଏଲ ରାହୁଲ ଆହତ ଯୋଗୁଁ ଟିମରୁ ବାହାରେ ଅଛନ୍ତି । ଆହତ ଯୋଗୁଁ ଇଂଲଣ୍ଡ ଗସ୍ତରୁ ଟିମରୁ ବାହାର ହେବାକୁ ପଡିଛି । ଏବେ ଟି-୨୦ ବିଶ୍ୱକପ ପୂର୍ବରୁ ଫିଟ ହେବା ଉପରେ ଜୋର ଦେଉଛନ୍ତି ରାହୁଲ । ଏକ ରିପୋର୍ଟ ଅନୁସାରେ, ବିସିସିଆଇ ରାହୁଲଙ୍କୁ ଜର୍ମାନୀ ପଠାଇବାକୁ ନିଷ୍ପତ୍ତି ନେଇଛି । ରାହୁଲ ଚଳିତ ମାସ ଶେଷ ସୁଦ୍ଧା କିମ୍ୱା ଜୁଲାଇ ଆରମ୍ଭରେ ଜର୍ମାନୀ ଯାଇପାରନ୍ତି । ରାହୁଲଙ୍କୁ ଦ.ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ପାଇଁ ଟିମର ଅଧିନାୟକ କରାଯାଇଥିଲା, କିନ୍ତୁ ପ୍ରଥମ ପୂର୍ବରୁ ଆହତ କାରଣରୁ ସେ ସିରିଜରୁ ବାହାର ହୋଇଥିଲେ । ଏବେ ରାହୁଲଙ୍କ ଫୋକସ ଟି-୨୦ ବିଶ୍ୱକପ ଉପରେ ରହିଛି । ଅକ୍ଟୋବର ୧୬ରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ ।