କେନ୍ଦୁଝର ଜିଲ୍ଲା କୁ ଛୁଇଁଲା ପ୍ରଥମ ମୌସୁମୀ ବର୍ଷା

ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାତି କେତେକାଂଶରେ ହ୍ରାସ ପାଇଛି…

କେନ୍ଦୁଝର : ଗତକାଲି ମୌସୁମୀ ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଥିଲା। ଆଜି ବଡ଼ବିଲ ସମେତ କେନ୍ଦୁଝର ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ହୋଇଥିବା ଜଣା ପଡ଼ିଛି। ବର୍ଷା ସହ ମେଘୁଆ ପାଗ ମଧ୍ୟ ଲାଗି ରହିଛି। କେହି କେହି ଏହାକୁ ମୌସୁମୀ ବର୍ଷା ଭାବେ ଆକଳନ କରୁଥିବା ବେଳେ ଅନ୍ୟ କେତେକ ବସୁମତୀ ଗାଧୁଆ ବର୍ଷା ଭାବେ ଅଭିହିତ କରିଛନ୍ତି। ବର୍ଷା ଏବଂ କୋହଲା ପାଗ ଯୋଗୁଁ ତାତି କେତେକାଂଶରେ ହ୍ରାସ ପାଇଛି। ଲୋକମାନେ ମୌସୁମୀର ପ୍ରଥମ ବର୍ଷାର ମଜା ନେଉଥିବା ଦେଖିବାକୁ ମିଳିଛି।