ଅଗ୍ନିପଥ ଯୋଜନାକୁ ନେଇ କଂଗ୍ରେସ ରାଜନୀତି କରୁଛି : ବିଜେପି
୧୦ ବର୍ଷ ଧରି ତକ୍ରାଳୀନ କଂଗ୍ରେସ ସରକାର ବାୟୁସେନାରେ ଗୋଟିଏ ବି ବିମାନ ଯୋଗ କରିନଥିଲେ..
ନୂଆଦିଲ୍ଲୀ : କଂଗ୍ରେସ ଅଗ୍ନିପଥ ଯୋଜନା ଉପରେ ରାଜନୀତି କରୁଥିବା ଅଭିଯୋଗ କରି ଭାରତୀୟ ଜନତା ପାର୍ଟି କହିଛନ୍ତି ଯେ, କିଛି ଲୋକ ଜାତୀୟ ନୀତି ହଜମ କରିବାରେ ଅସମର୍ଥ, ସେମାନେ ମଧ୍ୟ ଏହା ଉପରେ ରାଜନୀତି କରୁଛନ୍ତ । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର କଂଗ୍ରେସକୁ କଡ଼ା ଟକ୍କର ଦେଇଛନ୍ତି । ସେ କହିଛନ୍ତି ଯେ, ଯେତେବେଳେ ଆମର ବାୟୁସେନାର ବିମାନ ନଥିଲା ।
୧୦ ବର୍ଷ ଧରି ତକ୍ରାଳୀନ କଂଗ୍ରେସ ସରକାର ବାୟୁସେନାରେ ଗୋଟିଏ ବି ବିମାନ ଯୋଗ କରିନଥିଲେ । ଯେତେବେଳେ କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ରାଫେଲ ଆଣିଥିଲେ । ସେତେବେଳେ କଂଗ୍ରେସ ମଧ୍ୟ ଏଥିରେ ରାଜନୀତି କରିଥିଲା । ସେ କହିଛନ୍ତି ଯେ, କଂଗ୍ରେସ ପୁଣି ଥରେ ଅଗ୍ନିପଥ ଯୋଜନାକୁ ନେଇ ରାଜନୀତି କରୁଛି ।