ସାଇକେଲରୁ ଖସି ପଡିଲେ ଆମେରିକା ରାଷ୍ଟ୍ରପତି

The President of the United States fell off his bicycle..

ନୂଆଦିଲ୍ଲୀ: ସାଇକେଲ ଚଳାଉଥିବାବେଳେ ହଠାତ ଖସିପଡିଥିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଆମେରିକାର ଡେଲୱାରେରେ ଥିବା ନିଜ ହ୍ୱାଇଟ ହାଉସରୁ ସାଇକେଲ ଚଳାଇ ଯାଉଥିବାବେଳେ ବାଇଡେନ ଏକ ପାର୍କ ନିକଟରେ ସାଇକେଲରୁ ତଳେ ପଡିଯାଇଥିଲେ । ସଂଗେସଂଗେ ତାଙ୍କ ସହିତ ଥିବା ଆମେରିକାର ସିକ୍ରେଟ ସର୍ଭିସ କର୍ମଚାରୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ । ସାଇକେଲରୁ ତଳେ ପଡିବା ପରେ ବାଇଡେନଙ୍କ କୌଣସି ଆଘାତ ଲାଗିନାହିଁ ।

ସୂଚନାଯୋଗ୍ୟ ଯେ, ବାଇଡେନ ସାଇକେଲ ଚଳାଇ ନିଜ ପତ୍ନୀ ଜିଲ ବାଇଡେନଙ୍କ ସହ କେପ ହେଲନୋପଲ ପାର୍କକୁ ଯାଉଥିଲେ । ସାଇକେଲ ପାଇଁ ଉଦ୍ଦିଷ୍ଟ ରାସ୍ତାରେ ସେ ଯାଉଥିବାବେଳେ କେତେକ ସାଧାରଣ ଲୋକ ତାଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ ।

ସେମାନଙ୍କ ଅଭିବାଦନ ଗ୍ରହଣ କରିବାକୁ ବାଇଡେନ ସାଇକେଲରେ ବ୍ରେକ ମାରି ଅଟକାଉଥିବାବେଳେ ପ୍ୟାଡେଲରେ ତାଙ୍କ ଗୋଡ ଛନ୍ଦି ହୋଇଯାଇଥିଲା ଏହାପରେ ସେ ଖସି ପଡ଼ିଥିଲେ ।