ନୂଆଦିଲ୍ଲୀ : ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ସାଂସଦ ନିର୍ବାଚନରେ ତାଙ୍କ ଦଳ ସଂଖ୍ୟା ଗରିଷ୍ଠତା ହରାଇଛନ୍ତି । ନିର୍ବାଚନରେ ମାକ୍ରୋନଙ୍କ ଦଳ ଏନସମ୍ବେଲ ସର୍ବାଧିକ ୨୪୫ ଆସନ ଜିତିଥିବା ବେଳେ ସରକାର ଗଢ଼ିବାକୁ ହେଲେ ୨୮୯ ଆସନର ଆବଶ୍ୟକତା ପଡ଼ୁଛି । କାରଣ ସଂସଦରେ ୫୭୭ ଆସନ ମଧ୍ୟରୁ ବହୁମତ ପାଇଁ ୨୮୯ ଆସନ ଆବଶ୍ୟକ ପଡ଼ୁଛି । ଗତ ୨୦ ବର୍ଷ ଭିତରେ ପ୍ରାନ୍ସରେ ଏଭଳି ଘଟଣା ଘଟିଛି ଯେ ରାଷ୍ଟ୍ରପତି ନିର୍ବାଚନ ଜିତିଥିବା ଦଳ ସଂସଦ ନିର୍ବାଚନରେ ହାରିଯାଇଛି । ମାକ୍ରୋନଙ୍କୁ ନିର୍ବିଘ୍ନ ଭାବେ ସରକାର ଗଠନ କରିବାକୁ ହେଲେ ସଂସଦରେ ବହୁମତ ସାବ୍ୟସ୍ତ କରିବାକୁ ପଡ଼ିବ ।