ଆଗାମୀ ୬ ମାସ ବ୍ୟସ୍ତବହୁଳ ରହିବ ଭାରତୀୟ ଖେଳସୂଚୀ

ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ୨-୨ରେ ଡ୍ର ସହିତ…

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜ ୨-୨ରେ ଡ୍ର ସହିତ ସମାପ୍ତ ହୋଇଛି । ଟି-୨୦ ସିରିଜ ସମାପ୍ତ ପରେ ବି ଭାରତୀୟ ଦଳର ଖେଳାଳିଙ୍କ ପାଇଁ ବିଶ୍ରାମ ନେବାର ସମୟ ବି ନାହିଁ । ଏବେ ଭାରତୀୟ ଦଳର କ୍ରୀଡାସୂଚୀ ବ୍ୟସ୍ତବହୁଳ ରହିଛି । ଟି୦-୨୦ ବିଶ୍ୱ କପ ପର୍ଯ୍ୟନ୍ତ ଭାରତକୁ ଲଗାତାର କ୍ରିକେଟ ଖେଳିବାକୁ ପଡିବ । ସର୍ବପ୍ରଥମେ ଭାରତକୁ ଆୟରଲାଣ୍ଡ ବିପକ୍ଷରେ ଦୁଇଟି ଟି-୨୦ ମ୍ୟାଚ ଖେଳିବାକୁ ପଡିବ । ପ୍ରଥମ ମୁକାବିଲା ଜୁନ ୨୬ ଏବଂ ଦ୍ୱିତୀୟ ଜୁନ ୨୮ରେ ଖେଳାଯିବ । ଏହି ସମୟରେ ଦଳର ବରିଷ୍ଠ ଖେଳାଳି ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ପ୍ରସ୍ତୁତି କରିବେ । ଏହା ପରେ ଭାରତୀୟ ଦଳ ଜୁଲାଇ ୧ରୁ ଜୁଲାଇ ୫ ତାରିଖ ମଧ୍ୟରେ ଗୋଟିଏ ଟେଷ୍ଟ ମ୍ୟାଚ ଖେଳିବ । ଗତ ବର୍ଷ କୋଭିଡ କାରଣରୁ ଶେଷ ଟେଷ୍ଟ ମ୍ୟାଚ ଖେଳାଯାଇ ପାରିନଥିଲା ।

ଏବେ ଅବଶିଷ୍ଟ ସିରିଜର ଗୋଟିଏ ମ୍ୟାଚ ଖେଳାଯିବ । ଟେଷ୍ଟ ମ୍ୟାଚ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚର ଟି-୨୦ ଏବଂ ଦିନିକିଆ ସିରିଜ ଖେଳାଯିବ । ଭାରତର ଇଂଲଣ୍ଡ ଗସ୍ତ ଜୁଲାଇ ୧୭ରେ ସରିବ । ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ଇଂଲଣ୍ଡ ଗସ୍ତ ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ ଗସ୍ତ କରିବ । ଏହି ସମୟରେ ୩ଟି ଦିନିକିଆ ଏବଂ ୫ ଟି-୨୦ ମ୍ୟାଚ ଖେଳାଯିବ । ୱେଷ୍ଟଇଣ୍ଡିଜ ଗସ୍ତ ଜୁଲାଇ ୨୨ରେ ଆରମ୍ଭ ହେବ ଏବଂ ଶେଷ ମ୍ୟାଚ ଅଗଷ୍ଟ ୭ରେ ଖେଳାଯିବ । ଭାରତର ୱେଷ୍ଟଇଣ୍ଡିଜ ଗସ୍ତ ଜୁଲାଇ ୨୨ରୁ ଅଗଷ୍ଟ ୭ରେ ଶେଷ ହେବ ।

ସେହିପରି ଭାରତୀୟ ଦଳ ନିଜ ଘରେ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-୨୦ ମ୍ୟାଚ ଖେଳିବ । ସଂପ୍ରତି ଏହି ସିରିଜର ତାରିଖ ସ୍ପଷ୍ଟ ହୋଇ ନାହିଁ । ମାତ୍ର ଟି୨୦ ବିଶ୍ୱ କପ ପୂର୍ବରୁ ଏହା ଆୟୋଜନ ହେବାର ସମ୍ଭାବନା ରହିଛି । ଏହା ପରେ ମିଶନ ବିଶ୍ୱ କପ୍‌ ଏହା ପରେ ଭାରତୀୟ ଦଳର ସବୁଠୁ ବଡ ପରୀକ୍ଷା ଟି-୨୦ ବିଶ୍ୱକପ ରହିବ । ଏହା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଖେଳାଯିବ । ଦଳର ପ୍ରଥମ ମୁକାବିଲା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ରହିଛି ।