ପୁଣି ଆମେରିକାରେ ଆଖିବୁଜା ଗୁଳିମାଡ

ଆମେରିକାରେ ଥମୁନି ଗୁଳିକାଣ୍ଡ । ୱାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟ ନିକଟରେ କିଛି ଦୁର୍ବୃତ୍ତମାନେ…

ୱାଶିଂଟନ: ଆମେରିକାରେ ଥମୁନି ଗୁଳିକାଣ୍ଡ । ୱାଶିଂଟନ ଡିସିରେ ଏକ ମ୍ୟୁଜିକ କନସର୍ଟ ନିକଟରେ କିଛି ଦୁର୍ବୃତ୍ତମାନେ ଆଖିବୁଜା ଗୁଳିମାଡ କରିଛନ୍ତି । ଏଥିରେ ଜଣେ ପୁଲିସ ଅଧିକାରୀଙ୍କ ସମେତ ଅନେକ ଆହତ ହୋଇଛନ୍ତି । ତେବେ ଗୁଳିକାଣ୍ଡରେ କେତେ ଜଣ ମୃତାହତ ହୋଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣାସ୍ଥଳରେ ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଗୁଳିକାଣ୍ଡର କାରଣ ମଧ୍ୟ ଅସ୍ପଷ୍ଟ ଥିବା ଜଣାପଡିଛି । ସୂଚନା ମୁତାବକ ୱାଶିଂଟନ ଡିସିର ହ୍ୱାଇଟ ହାଉସଠାରୁ ତିନି କିଲୋମିଟର ଦୂରରେ ଏହି ଗୁଳିମାଡ ହୋଇଛି । ସୂଚନାଯୋଗ୍ୟ, ଆମେରିକାରେ ଲଗାତର ଭାବେ ଗୁଳିମାଡ ଘଟଣା ବଢିବାରେ ଲାଗିଛି ।