ବିହାରରେ ବଜ୍ରପାତ: ୧୭ ମୃତ

ଆକାଶରୁ ଖସିଲା ମୃତ୍ୟୁ । ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭….

ପାଟନା: ଆକାଶରୁ ଖସିଲା ମୃତ୍ୟୁ । ପ୍ରବଳ ବର୍ଷା ଓ ବଜ୍ରପାତରେ ଚାଲିଗଲା ୧୭ ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବିହାରରେ । ଏଠାକାର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ଓ ଘଡଘଡି ଯୋଗୁ ଭୟଙ୍କର ପରିସ୍ଥିତି ଉପୁଜିଛି । ସୂଚନାନୁସାରେ, ବିହାରରେ ଗତ ୪ ଦିନ ହେଲା ପ୍ରବଳ ବର୍ଷା ସହ ବଜ୍ରପାତ ବି ଭୟ ବଢାଉଛି । ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୭ଜଣଙ୍କ ମୃତ୍ୟୁ ହୋଇଛି । ସେପଟେ ବଜ୍ରପାତରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାର ପ୍ରତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସମବେଦନା ଜଣାଇଛନ୍ତି । ଏଥିସହ ୪ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ପାଣିପାଗ ବିଭାଗର କହିବାନୁସାରେ, ଜୁନ ୧୩ରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିହାର ଛୁଇଁଥିଲା । ଆଗକୁ ବର୍ଷା ବଢିବା ସହ ବଜ୍ରପାତର ସମ୍ଭାବନା ମଧ୍ୟ ରହିଛି । ଏଥିପାଇଁ ବିଭାଗ ପକ୍ଷରୁ ଆଲର୍ଟ ମଧ୍ୟ ଜାରି କରାଯାଇଛି ।