ପରିବହନ ସଂସ୍ଥା ର ମାଲବାହି ଗାଡ଼ି ଭାରସାମ୍ୟ ହରାଇ ଗଛରେ ପିଟି ହେବା ଫଳରେ ଦୁଇ ଜଣ ଗୁରୁତର

Two people were seriously injured when a parivahan lost its balance and hit a tree

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): କେନ୍ଦୁଝର ଜିଲ୍ଲାରେ ଯୋଡ଼ା ବ୍ଳକ ଲୋଇଡାପଦା ପଞ୍ଚାୟତ ରୁଗୁଡ଼ି ଥାନା ସ୍ଥାନୀୟ ଲୋଇଡାପଦା ଆଶ୍ରମ ନିକଟ କାଯ୍ୟାଳୟ ସମ୍ମୁଖ ରାସ୍ତାରେ ଶନିବାର ଦିନ ଏକ ମାଲବାହି ହାଇଭା ଭାରସାମ୍ୟ ହରାଇ ଶାଳ ଗଛରେ ପିଟି ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ଜଣାପଡିଛି l

ପ୍ରାପ୍ତ ସୂଚନା ମୁତାବକ ଲୋଇଡାପଦା ରୁଗୁଡ଼ି ଥାନା ଅନ୍ତର୍ଗତ ଏକ ପରିବହନ ସଂସ୍ଥା ର ଗାଡ଼ି ନମ୍ୱର OD14A-1028 ବିଶିଷ୍ଟ ଏହି ହାଇଭା ଗାଡିଟି ଲୋଇଡାପଦା ଆଶ୍ରମ ନିକଟରେ କାର୍ଯ୍ୟଳୟ ସମ୍ମୁଖ ରାସ୍ତାରେ ଭାରସାମ୍ୟ ହରାଇ ଶାଳ ଗଛ କୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି ସ୍ଥାନୀୟ ଲୋକମାନେ ଫୋନ ମାଧମରେ ଯୋଗାଯୋଗ କରି ଆମ୍ବୁଲାନ୍ସ ଓ ଅଗ୍ନିଶମବିଭାଗ ଡକେଇଥିଲେ ଦୁର୍ଘଟଣା ଗ୍ରସ୍ତ ସ୍ଥାନରେ ବଡ଼ବିଲ ଅଗ୍ନିସମ ବିଭାଗ କର୍ମଚାରୀ ମାନେ ପହଞ୍ଚି ଚାଳକ ଓ ଅନ୍ୟଜଣ ଙ୍କୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ବଡ଼ବିଲ ଗୋଷ୍ଠି କେନ୍ଦ୍ର କୁ ପାଇଁ ନେଇଥିଲେ ।

ଏନେଇ ରୁଗୁଡ଼ି ପୋଲିସ ଖବର ପାଇ ଦୁର୍ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ବଡ଼ବିଲ ରୁ ସୀତାରାମ ଦୀକ୍ଷିତ ରିପୋର୍ଟ, ସାକ୍‌ସୀ ନ୍ୟୁଜ୍‌, ଓଡିଶା ।