ମାନଙ୍କୁ ଝଟକା: ଆପକୁ ହରାଇଲା ଅକାଳି ଦଳ
୭୭ ବର୍ଷୀୟ ସିମରଞ୍ଜିତ ସିଂହ ଜଣେ ପୂର୍ବତନ ଏମପି ହୋଇଥିବା ବେଳେ ଶିରୋମଣି ଅକାଳୀ ଦଳର ଅମ୍ରୃତସର ସଭାପତି ଅଛନ୍ତି…
ଚଣ୍ଡିଗଡ ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନଙ୍କୁ ବଡ଼ ଧରଣର ଝଟକା ଲାଗିଛି । ସେ ତାଙ୍କ ଲୋକସଭା ଆସନରେ ହୋଇଥିବା ଉପନିର୍ବାଚନରେ ଆପ ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଶିରୋମଣି ଅକାଳୀଦଳର ପ୍ରାର୍ଥୀ ସିମରଞ୍ଜିତ ସିଂହ ମାନ ଶାସକ ଦଳର ପ୍ରାର୍ଥୀଙ୍କୁ ହରାଇ ବିଜୟ ଲାଭ କରିଛନ୍ତି । ସଙ୍ଗ୍ରରୁ ଆସନରେ ହୋଇଥିବା ଉପନିର୍ବାଚନରେ ସିମରଞ୍ଜିତ ସିଂହ ମାନ ଆପ ପ୍ରାର୍ଥୀ ଗୁରୁମେଲ ସିଂହଙ୍କୁ ୫,୮୦୦ ଭୋଟରେ ପରାସ୍ତ କରିଛନ୍ତି । ୭୭ ବର୍ଷୀୟ ସିମରଞ୍ଜିତ ସିଂହ ଜଣେ ପୂର୍ବତନ ଏମପି ହୋଇଥିବା ବେଳେ ଶିରୋମଣି ଅକାଳୀ ଦଳର ଅମ୍ରୃତସର ସଭାପତି ଅଛନ୍ତି । ଏହି ନିର୍ବାଚନରେ କଂଗ୍ରେସ ପକ୍ଷରୁ ଦଲଭିର ସିଂ ଗୋଲଡି, ବିଜେପିରୁ କିୱାଲ ଡିଲନ ଏବଂ ଅକାଳୀ ଦଳ ପକ୍ଷରୁ କୌର ରଜୋଅନା ପ୍ରତିଦ୍ୱନ୍ଦିତା କରୁଥିଲେ ।