ଟିମ୍‌ ଇଣ୍ଡିଆକୁ ଝଟକା: ଇଂଲଣ୍ଡ ଟେଷ୍ଟ ଖେଲିବେନି ହିଟ୍‌ମ୍ୟାନ!

ରୋହିତ ଶର୍ମାଙ୍କ ପୁଣି ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସେ, ତେବେ ଟିମ ଇଣ୍ଡିଆକୁ ବଡ ଝଟ୍‌କା ଲାଗିପାରେ….

ନୂଆଦିଲ୍ଲୀ : ଇଂଲଣ୍ଡ ଟେଷ୍ଟ ପୂର୍ବରୁ ଭାରତୀୟ ଟିମକୁ ବଡ ଝଟକା ଲାଗିଛି । କରୋନାରେ ଆକ୍ରାନ୍ତ ହେଲେ ଟିମ ଇଣ୍ଡିଆର ହିଟମ୍ୟାନ ତଥା ଦଳର ଅଧିନାୟକ ରୋହିତ ଶର୍ମା ।ରାପିଡ୍‌? ଆଣ୍ଟିଜେନ ଟେଷ୍ଟରେ ରୋହିତଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ସେ ହୋଟେଲରେ ଆଉସୋଲେସନରେ ଅଛନ୍ତି । ବିସିସିଆଇ ମେଡିକାଲ ଟିମ୍‌ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛି । ଯଦି ରୋହିତ ଶର୍ମାଙ୍କ ପୁଣି ଟେଷ୍ଟ ରିପୋର୍ଟ ମଧ୍ୟ ପଜିଟିଭ ଆସେ, ତେବେ ଟିମ ଇଣ୍ଡିଆକୁ ବଡ ଝଟ୍‌କା ଲାଗିପାରେ । କାରଣ ଜୁଲାଇ ୧ରୁ ହେବାକୁ ଥିବା ଟେଷ୍ଟ ମ୍ୟାଚରୁ ବାଦ ପଡିପାରନ୍ତି । କରୋନାରୁ ସୁସ୍ଥ ହେବା ପାଇଁ ତାଙ୍କୁ ଅତି କମରେ ଏକ ସପ୍ତାହ ଲାଗିବ । ଏଭଳି ପରିସ୍ଥିତିରେ ସେ ପାଞ୍ଚ ମ୍ୟାଚ ଟେଷ୍ଟ ସିରିଜର ଅବଶିଷ୍ଟ ମ୍ୟାଚ ପାଇଁ ଉପଲବ୍ଧ ହେବେ ନାହିଁ । ରୋହିତ ଏବେ ଲିସେଷ୍ଟରଶାୟର ବିପକ୍ଷରେ ଚାଲଥିବା ଅଭ୍ୟାସ ମ୍ୟାଚ ଖେଳୁଛନ୍ତି । କିନ୍ତୁ ସେ ଭାରତର ଦ୍ୱିତୀୟ ଇନିଂସରେ ବ୍ୟାଟିଂ ପାଇଁ ଓହ୍ଲାଇ ନଥିଲେ