କରୋନା ମୁକ୍ତ ହେଲେ ମହାରାଷ୍ଟ୍ର ରାଜ୍ୟପାଳ

ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କରୋନା ମୁକ୍ତ ହୋଇ ରାଜଭବନକୁ….

ମୁମ୍ବାଇ : ମହାରାଷ୍ଟ୍ରର ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀ କରୋନା ମୁକ୍ତ ହୋଇ ରାଜଭବନକୁ ଫେରିଛନ୍ତି । ରାଜ୍ୟପାଳ କୋଶ୍ୟାରୀ ମୁମ୍ବାଇ ଗିରଗାଂବସ୍ଥିତ ରିଲାୟନ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋଶ୍ୟାରୀ ପୂର୍ଣ୍ଣମାତ୍ରାରେ ବିଶ୍ରାମରେ ରହିବେ ଏବଂ ବହୁତ ଜରୁରୀ ହେଲେ ସନ୍ଧ୍ୟାରୁ କାର୍ଯ୍ୟ ଆରମ୍ଭ କରିଦେବେ । ରାଜ୍ୟପାଳ ଭଗତସିଂହ କୋଶ୍ୟାରୀ କରୋନା ପଜିଟିଭ ମିଳିଥିଲେ ଏବଂ ତାଙ୍କୁ ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏଥିପାଇଁ ମହାରାଷ୍ଟ୍ରର ରାଜଭବନ କାମକାର୍ଯ୍ୟ ଗୋଆର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା । ଶନିବାର ଦିନ ରାଜ୍ୟପାଳଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଥିଲା କିନ୍ତୁ ଡାକ୍ତରଙ୍କ ପରାମର୍ଶ ପରେ ସେ ହସ୍ପିଟାଲରେ ଗୋଟିଏ ଦିନ ଆହୁରି ଆରାମ କରିଥିଲେ । ଏହାପରେ ଡାକ୍ତରଙ୍କ ପରାମର୍ଶ ପରେ ରାଜ୍ୟପାଳ ରିଲାଏନ୍ସ ହସ୍ପିଟାଲରୁ ଡିସାର୍ଜ ହୋଇ ରାଜଭବନ ପହଞ୍ôଚ଼ିଛନ୍ତି ।