ଏବେବି ୯ ରାଜ୍ୟକୁ ମୌସୁମି ଛୁଇଁନ!

ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଖୁବଶୀଘ୍ର ଏହା ପହଞ୍ଚିଯିବ ବୋଲି ଆଶା କରାଯାଉଛି…

ନୂଆଦିଲ୍ଲୀ: ଭାରତର ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଏ ପର୍ଯ୍ୟନ୍ତ ପ୍ରବେଶ କରିନାହିଁ । ଏଗୁଡ଼ିକ ମଧ୍ୟରେ ଜମ୍ମୁକାଶ୍ମୀର, ରାଜସ୍ଥାନ, ଲଦାଖ, ପଞ୍ଜାବ, ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଅନ୍ତର୍ଭୁକ୍ତ । ବିଶେଷଜ୍ଞଙ୍କ କହିବାନୁସାରେ ଏ ପର୍ଯ୍ୟନ୍ତ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ମୌସୁମୀ ପହଞ୍ଚିଯିବା କଥା । ତେବେ ହରିଆଣା, ଗୁଜରାଟ, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ଖୁବଶୀଘ୍ର ଏହା ପହଞ୍ଚିଯିବ ବୋଲି ଆଶା କରାଯାଉଛି । ଅନ୍ୟପକ୍ଷରେ କିଛି ରାଜ୍ୟରେ ମୌସୁମୀ ପ୍ରବେଶ କରିସାରିଥିଲେ ହେଁ ବର୍ଷା ପରିମାଣ ଅତ୍ୟନ୍ତ କମ ରହିଛି । କେରଳରେ ସମୟ ପୂର୍ବରୁ ଏହା ପହଞ୍ଚିଥିଲା । କିନ୍ତୁ ଏଠାରେ ଏ ପର୍ଯ୍ୟନ୍ତ ୬୦% କମ ବର୍ଷା ହୋଇଛି । ଜମ୍ମୁ-କାଶ୍ମୀର ମୌସୁମୀକୁ ଅପେକ୍ଷା କରିଥିଲେ ହେଁ ଏଠାରେ ୧୧୯% ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।