ବହୁଭାଷୀ ଫିଲ୍ମରେ ଉର୍ବଶୀ

ପାରମ୍ପରିକ ପୋଷାକ ସହିତ ଗହଣା ତାଙ୍କ ଲୁକକୁ ବହୁଗୁଣିତ କରୁଥିଲା…

ମୁମ୍ବାଇ : ସିନେ ଦୁନିଆରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି ଅଭିନେତ୍ରୀ ଉର୍ବଶୀ ରୌତେଲା । ନିଜର ଲୁକ ଜରିଆରେ ଦର୍ଶକଙ୍କୁ ସେ ମତୁଆଲା କରିଥିଲେ । ଏବେ ପୁଣି ଥରେ ନିଜର ଚମତ୍କାର ଲୁକ ଜରିଆରେ ଫ୍ୟାନଙ୍କ ହୃଦୟ ଜିତିଛନ୍ତି । ପ୍ରଥମ ତାମିଲ ଫିଲ୍ମ ‘ଦ ଲିଜେଣ୍ଡ’ର ଟ୍ରେଲର ଲଞ୍ଚ ସମୟରେ ଉର୍ବଶୀ କାଞ୍ଜିବରମ ଶାଢ଼ିରେ ମଞ୍ଚକୁ ଓହ୍ଲାଇଥିଲେ । ପାରମ୍ପରିକ ପୋଷାକ ସହିତ ଗହଣା ତାଙ୍କ ଲୁକକୁ ବହୁଗୁଣିତ କରୁଥିଲା । ‘ଦ ଲିଜେଣ୍ଡ’ ଅନ୍ୟତମ ବହୁଭାଷୀ ଫିଲ୍ମ, ଯାହା ୨୦୦ କୋଟି ବଜେଟର ପ୍ରସ୍ତୁତ ହୋଇଛି । ଏହି ଫିଲ୍ମ ଜରିଆରେ ବହୁଭାଷୀ ଫିଲ୍ମରେ ଅଭିନୟ କରିବାର ସ୍ୱପ୍ନ ପୂରଣ ହୋଇଛି ବୋଲି ଉର୍ବଶୀ କହିଛନ୍ତି । ଫିଲ୍ମରେ ପ୍ରେମ, ହାସ୍ୟରସ, ଆକ୍ସନ ରହିଛି । ଏଥିରେ ଉର୍ବଶୀ ଜଣେ ମାଇକ୍ରୋ ବାୟୋଲୋଜିଷ୍ଟ ଭୂମିକା ନିର୍ବାହ କରିଛନ୍ତି ।