ଧୋନୀଙ୍କ ରାସ୍ତାରେ ପାଣ୍ଡ୍ୟା
ଧୋନି ଯେତେବେଳେ ଅଧିନାୟକ ଥିଲେ, ସେତେବେଳେ ସିରିଜ ବିଜୟ ପରେ ଟ୍ରଫିକୁ ତୁରନ୍ତ ଟିମର ସବୁଠାରୁ ୟଙ୍ଗ ଖେଳାଳିଙ୍କୁ ଦେଉଥିଲେ…
ମୁମ୍ବାଇ : ଆର୍ୟଲାଣ୍ଡରେ ସିରିଜ କବଜା କରିଛି ଭାରତ । ଟି-୨୦ ସିରିଜକୁ ୦-୨ରେ ଜିତିଛି ଟିମ ଇଣ୍ଡିଆ । କିନ୍ତୁ ସିରିଜ କବଜା ପରେ ସମସ୍ତଙ୍କୁ ମନେପଡିଗଲା ଧୋନୀଙ୍କ କଥା । ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଟ୍ରଫି ହାତେଇଥିଲେ, ସେତେବେଳେ ସମସ୍ତଙ୍କୁ କ୍ୟାପଟେନ କୁଲଙ୍କ କଥା ମନେପଡିଥିଲା । ଖବର ଅନୁଯାୟୀ, ଟି-୨୦ ସିରିଜକୁ କ୍ଲିନସ୍ୱିପ ପରେ ଟିମ ଇଣ୍ଡିଆକୁ ଟ୍ରଫି ମିଳିଥିଲା । ପୁରସ୍କାର ବିତରଣ ଉତ୍ସବରେ ଅଧିନାୟକ ପାଣ୍ଡ୍ୟା ଟିମ ହାତେଇଥିଲେ । ପାଣ୍ଡ୍ୟା ଟ୍ରଫିକୁ ଗ୍ରହଣ କରିବା ପରେ ତୁରନ୍ତ ଟିମ ସବୁଠାରୁ ୟଙ୍ଗ ଖେଳାଳି ଉମରାନ ମଲ୍ଲିକଙ୍କୁ ଦେଇଥିଲେ । ଉମରାନ ଟ୍ରଫି ସହ ପୋଜ ମଧ୍ୟ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଦଳରେ ଏହି ପରମ୍ପରା ପ୍ରଥମେ ମହେନ୍ଦ୍ର ସିଂହ ଧୋନି ହିଁ ଆରମ୍ଭ କରିଥିଲେ । ଧୋନି ଯେତେବେଳେ ଅଧିନାୟକ ଥିଲେ, ସେତେବେଳେ ସିରିଜ ବିଜୟ ପରେ ଟ୍ରଫିକୁ ତୁରନ୍ତ ଟିମର ସବୁଠାରୁ ୟଙ୍ଗ ଖେଳାଳିଙ୍କୁ ଦେଉଥିଲେ । ଏହାପରେ ଏହି ପରମ୍ପରାକୁ ବିରାଟ କୋହଲି ଓ ରୋହିତ ଶର୍ମାକୁ ଆଗକୁ ନେଇଥିଲେ । ଏବେ ପାଣ୍ଡ୍ୟା ଏହି ପୂର୍ବ ପରମ୍ପରାକୁ ବଜାୟ ରଖିଥିଲେ ।