କମିଲା ବୁଷ୍ଟର ଡୋଜର ଅବଧି
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଅନ୍ତରାଳ….
ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କ ପାଇଁ କରୋନା ବୁଷ୍ଟର ଡୋଜ ଅନ୍ତରାଳ ୯ରୁ ୬ ମାସକୁ କରିଦେଇଛି । ଏନଟୀଏଜିଆଇର ସ୍ଥାୟୀ ବୈଷୟିକ ଉପସମିତି(ଏସଟୀଏସସି) ବୁଷ୍ଟର ଡୋଜର ଅନ୍ତରାଳ କମାଇବାକୁ ଆବେଦନ କରିଥିଲେ । ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ, ବିକଶିତ ବୈଜ୍ଞାନିକ ପ୍ରମାଣ ଆଧାରରେ ଦ୍ୱିତୀୟ ଡୋଜ୍ ଓ ବୁଷ୍ଟର ଡୋଜ୍ ମଧ୍ୟରେ ଥିବା ଅନ୍ତରାଳ ୯ ମାସରୁ ୬ ମାସ କରିବାକୁ ପରାମର୍ଶ ଦିଆଯାଇଥିଲା । ଆଉ ଏନଟୀଏଜିଆଇ ଏହାକୁ ସମର୍ଥନ କରିଥିଲା । ସ୍ୱାସ୍ଥ୍ୟ ସଚିବ କହିଛନ୍ତି ଯେ, ନୂଆ ବ୍ୟବସ୍ଥାର ସୁବିଧା ପାଇଁ କୋୱିନ ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନ କରାଯାଇଛି ।