ପୁଣିଥରେ ବାହା ହେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ଦ୍ୱିତୀୟ ବିବାହ….

ଚଣ୍ଡୀଗଡ: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଡାକ୍ତର ଗୁରପ୍ରୀତ କୌରଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି । ଚଣ୍ଡୀଗଡସ୍ଥିତ ତାଙ୍କ ସରକାରୀ ବାସଭବନରେ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ମାନଙ୍କ ଆନନ୍ଦ କାରଜ ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉପସ୍ଥିତ ଥିଲେ । କେଜ୍ରିୱାଲଙ୍କ ବ୍ୟତୀତ ରାଜ୍ୟସଭା ସାଂସଦମାନେ ଉପସ୍ଥିତ ଥିଲେ । ଅତିଥି ସଂଖ୍ୟା କମ ରଖିବା ଉଦ୍ଦେଶ୍ୟରେ କୌଣସି ମନ୍ତ୍ରୀ ଓ ବରିଷ୍ଠ ନେତାଙ୍କୁ ବିବାହରେ ନିମନ୍ତ୍ରଣ କରାଯାଇନଥିବା ଜଣାପଡିଛି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କଠାରୁ ଗୁରପ୍ରୀତ କୌର ୧୮ ବର୍ଷ ସାନ । ଦୁହେଁ ପରସ୍ପରକୁ ୪ ବର୍ଷ ହେବ ଜାଣିଛନ୍ତି । ମାନ ୨୦୧୬ରେ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ।