ମହାରାଷ୍ଟ୍ର କ୍ୟାବିନେଟ ୨ଟି ଚରଣରେ ବିସ୍ତାର ହେବ

ମହାରାଷ୍ଟ୍ର କ୍ୟାବିନେଟରେ ବିଜେପିର ୨୮ ମନ୍ତ୍ରୀ ରହିବେ ଏବଂ ସେଥିରୁ ୮ ରାଜ୍ୟମନ୍ତ୍ରୀ….

ମହାରାଷ୍ଟ୍ର: ମହାରାଷ୍ଟ୍ର ଶାସନରେ ପରିବର୍ତ୍ତନ ହେବା ପରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ଆଉ ଏବେ ସିନ୍ଦେ ସରକାର କ୍ୟାନେଟ ବିସ୍ତାର କରିବାକୁ ନେଇ ଜୋରଦାର ପ୍ରସ୍ତୁତି ଚଲାଇଛନ୍ତି ।

ସେହିପରି କ୍ୟାବିନେଟ ୨ଟି ଚରଣରେ ବିସ୍ତାର କରାଯିବ । ପ୍ରଥମେ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଏବଂ ଦ୍ୱିତୀୟଟି ନିର୍ବାଚନ ପରେ ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

ସୂଚନାଯୋଗ୍ୟ, କ୍ୟାବିନେଟ ବିସ୍ତାରର ସମ୍ପୂର୍ଣ୍ଣ ରୂପରେଖ ପ୍ରସ୍ତୁତ ସରିଛି । ମହାରାଷ୍ଟ୍ର କ୍ୟାବିନେଟରେ ବିଜେପିର ୨୮ ମନ୍ତ୍ରୀ ରହିବେ ଏବଂ ସେଥିରୁ ୮ ରାଜ୍ୟମନ୍ତ୍ରୀ ହେବେ ।