ବ୍ରିଟେନ ପ୍ରଧାନମନ୍ତ୍ରୀ ଜନସନ୍‌ଙ୍କ ଇସ୍ତଫା

BRITAIN-POLITICS…

ନୂଆଦିଲ୍ଲୀ: ବୋରିସ ଜନସନ୍‌ ବ୍ରିଟେନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଦେଶବାସୀଙ୍କୁ ସମ୍ବୋଧିତ କରି ଜନସନ୍‌ ଏହି ଘୋଷଣା କରିଛନ୍ତି । ଜନସନ କହିଛନ୍ତି ଯେ, ତାଙ୍କ କଂଜରଭେଟିଭ ପାର୍ଟି ଜଣେ ନୂଆ ନେତା ଓ ପ୍ରଧାନମନ୍ତ୍ରୀ ଚୟନ କରିବ ।

ମୋ ଉପଲବ୍ଧି ନେଇ ମୁଁ ବେଶ୍‌ ଗର୍ବିତ । ପାର୍ଟିର ଏକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଚୟନ କରାଯିବ । ପାର୍ଟି ସମ୍ମିଳନୀ ଅକ୍ଟୋବରରେ ଅନୁଷ୍ଠିତ ହେବ ।

ସୂଚନାଯୋଗ୍ୟ ରାଜନୈତିକ ସଙ୍କଟ ଯୋଗୁ ବୋରିସ ଜନସନ୍‌ ଏହି ନିଷ୍ପତ୍ତି ନେଇଛନ୍ତି । ଜନସନ ମନ୍ତ୍ରୀମଣ୍ଡଳର ୪୦ଜଣ ନେତା ଗତ ମଙ୍ଗଳବାର ଇସ୍ତଫା ଦେଇଥିଲେ ।