ସାମନ୍ଥାଙ୍କ ବଲିଉଡ ଡେବ୍ୟୁ ଫାଇନାଲ ପକ୍କା
ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ…
ମୁମ୍ବାଇ: ସାଉଥ ଫିଲ୍ମ ପରେ ଏବେ ବଲିଉଡରେ ଏଣ୍ଟ୍ରି କରିବେ ସାମନ୍ଥା । ଦର୍ଶକ ଦେଖିବେ ଚୁଲବୁଲି ନାୟିକା ନିଖୁଣ ଅଭିନୟ ସାଙ୍ଗକୁ ଦମଦାର ଡ୍ୟାନ୍ସ । ସ୍କ୍ରିପ୍ଟ ଫାଇନାଲ, ହିରୋ ବି ଫାଇନାଲ । ଖୁବଶୀଘ୍ର କାଷ୍ଟିଂ ସହ ଫିଲ୍ମର ସଟିଂ ମଧ୍ୟ ଆରମ୍ଭ ହେବ । ତଥ୍ୟ ଅନୁଯାୟୀ, ସାଉଥ ସୁନ୍ଦରୀ ସାମନ୍ଥା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବେ । ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ସହିତ ସ୍କ୍ରିନ ସେୟାର କରୁଥିବାର ନଜର ଆସିବେ । ଏହି ଫିଲ୍ମ ପାଇଁ ସାମନ୍ଥା ମଧ୍ୟ ସାଇନ କରିଦେଇଛନ୍ତି । ଚଳିତ ବର୍ଷରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହୋଇ ୨୦୨୩ରେ ରିଲିଜ ପାଇଁ ଟାର୍ଗେଟ ରଖାଯାଇଛି ।
ସେହିପରି ସାମନ୍ଥା ନିଜର ଡେବ୍ୟୁ ଫିଲ୍ମ ନେଇ ବ୍ୟସ୍ତ ଥିବା ବେଳେ ଆଉ ଏକ ଫିଲ୍ମ ପାଇଁ ମଧ୍ୟ ସାଇନ କରିଛନ୍ତି । ଯାହାର ସୁଟିଂ ୨୦୨୩ରେ ଆରମ୍ଭ ହେବାକୁ ଯାଉଛି । କରଣ ଜୋହାରଙ୍କ ଆଗାମୀ ଫିଲ୍ମରେ ସାମନ୍ଥା , ଖିଲାଡି କୁମାରଙ୍କ ସହ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।