ଅଷ୍ଟମ ସ୍ଥାନକୁ ଉଠିଲେ ମାନ୍ଧନା

ବୋଲିଂ ତାଲିକାରେ ଭାରତର ଝୁଲଣ ଗୋସ୍ୱାମୀ ଷଷ୍ଠ ସ୍ଥାନ….

ନୂଆଦିଲ୍ଲୀ: ସଦ୍ୟ ଘୋଷିତ ଆଇସିସି ମହିଳା ଦିନିକିଆ ମାନ୍ୟତା ତାଲିକାରେ ଭାରତର ସ୍ମୃତି ମାନ୍ଧନା ଓ ସେଫାଳି ବର୍ମାଙ୍କ ସ୍ଥାନରେ ଉନ୍ନତି ଘଟିଛି । ବ୍ୟାଟିଂ ମାନ୍ୟତା ତାଲିକାର ଶ୍ରେଷ୍ଠ-୧୦ରେ ୨ଟି ପରିବର୍ତ୍ତନ ଘଟିଛି । ମନ୍ଧନା ଅଷ୍ଟମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ଇଂଲଣ୍ଡର ଟାମି ବିଉମଣ୍ଟନବମକୁ ଖସିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ମାନ୍ଧନା ଅପରାଜିତ ୯୪ରନ କରିଥିଲେ । ଅଷ୍ଟ୍ରେଲିଆର ଆଲିସା ହିଲି ପୂର୍ବଭଳି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ସେଫାଳି କ୍ୟାରିୟର ଶ୍ରେଷ୍ଠ ୩୬ତମ, ଦୀପ୍ତି ୨୯ତମ, ପୂଜା ବସ୍ତ୍ରାକାର ୬୧ତମ, ମେଘନା ସିଂହ ୧୦୦ତମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି । ବୋଲିଂ ତାଲିକାରେ ଭାରତର ଝୁଲଣ ଗୋସ୍ୱାମୀ ଷଷ୍ଠ ସ୍ଥାନ ବଜାୟ ରଖିଥିବା ବେଳେ ରାଜେଶ୍ୱରୀ ଗାଏକୱାଡ ୧୧ତମ, ମେଘନା ୪୭ତମ, ବସ୍ତ୍ରାକାର ୫୦ତମ, ରେଣୁକା ସିଂହ ୬୫ତମ ଏବଂ ଶ୍ରୀଲଙ୍କାର ଇନୋକା ରଣାବୀରା ୨୧ତମ ସ୍ଥାନରେ ରହିଛନ୍ତି ।