ଟ୍ୟାକ୍ସ ଫାଙ୍କିବା ପାଇଁ ଚାଇନା ସହ ‘ଭିଭୋ’ର ଫନ୍ଦିଫିକର

ଏହି ସବୁ କମ୍ପାନୀ ପାଇଁ ଭିଭୋ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ଇଡି ପକ୍ଷରୁ କୁହାଯାଇଛି…

ନୂଆଦିଲ୍ଲୀ: ଚାଇନା କମ୍ପାନୀ ତଥା ଭାରତୀୟ ଓଇଙ୍ଗସ ସ୍ମାର୍ଟ ଫୋନ ନିର୍ମାତା ଭିଭୋ ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରେଡ୍‌ କରାଯାଇଛି । କମ୍ପାନୀ ୬୨,୪୭୬ କୋଟି ଟଙ୍କା ଚାଇନାକୁ ପ୍ରେରଣ କରିଥିବା ଅଭିଯୋଗ ହୋଇଛି । ଏହି ଆର୍ଥିକପରିମାଣ କମ୍ପାନୀ ଟର୍ଣ୍ଣ ଓଭରର ୫୦ ପ୍ରତିଶତ ହେବ । ଟ୍ୟାକ୍ସ ଫାଙ୍କିବା ଉଦ୍ଦେଶ୍ୟରେ କମ୍ପାନୀ ଏଭଳି ଏକ ଫନ୍ଦିଫିକର ଉପାୟକୁ ଆପଣେଇଥିବା ଇଡି ପକ୍ଷରୁ କୁହାଯାଛି । ତେବେ ଭିଭୋ ଇଣ୍ଡିଆ ବ୍ୟବସାୟର ୧୧୯ଟି ବ୍ୟାଙ୍କ ଆକାଉଣ୍ଟକୁ ଇଡି ପକ୍ଷରୁ ବ୍ଲକ କରାଯାଇଛି । ସେହିପରି କମ୍ପାନୀ ବିରୋଧରେ ମରନିଲଣ୍ଡରିଂ ଅଭିଯୋଗ ଆଣି ଇଡି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ସମଗ୍ର ଭାରତରେ ଭିଭୋ ସହ ଜିଡ଼ିତ ଥିବା ୨୩ଟି କମ୍ପାନୀ ଉପରେ ଇଡି ପକ୍ଷରୁ ରେଡ ହୋଇଛି ।

ସେହିପରି ଏହି ସବୁ କମ୍ପାନୀ ପାଇଁ ଭିଭୋ ନକଲି କାଗଜପତ୍ର ପ୍ରସ୍ତୁତ କରିଥିବା ଇଡି ପକ୍ଷରୁ କୁହାଯାଇଛି । କେବଳ ସେତିକି ନୁହଁ ଭିଭୋ କର୍ମଚାରୀମାନେ ଡିଜିଟାଲ ଡିଭାଇସ ଗୁଡ଼ିକୁ ଲୁଚାଇବାକୁ ପ୍ରୟାସ କରିଛନ୍ତି । ଅନ୍ୟପକ୍ଷରେ ଯାହା କିଛି ହୋଇଛି ଭାରତୀୟ ଆଇନ ଅନୁସାରେ ହୋଇଥିବା କୁହାଯାଇଛି । ଗତ ଏପ୍ରିଲ ମାସରେ ଭିଭୋର ପ୍ରତିଦ୍ୱନ୍ଦୀ ସାଉମିର ୫୫୫୧ କୋଟି ଟଙ୍କା ଇଡି ପକ୍ଷରୁ ସିଜ କରାଯାଥିଲା ।