ସୁଧୁରୁଛି ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା

ଲାଲଙ୍କୁ ଏଆରଲିଫ୍ଟ ମାଧ୍ୟମରେ ପାଟନାରୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା…

ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର ଜେଡି ର ମୁଖିଆ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି । ଏମ୍ସର ଜଣେ ଅଧିକାରୀ କହିଛନ୍ତି ଲାଲୁ ଯାଦବଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ହୋଇଛି ।

ତାଙ୍କୁ ଏମ୍ସର ହୃଦ ରୋଗ ବିଭାଗରେ ସିସିୟୁ ୟୁନିଟରେ ରଖାଯାଇଛି । ସେଠାରେ ବିଷେଷଜ୍ଞଙ୍କ ତତ୍ୱାବଧାନରେ ତାଙ୍କର ଚିକିତ୍ସା ଜାରି ଅଛି ।

ଉଲ୍ଲେଖେ ଯୋଗ୍ୟ ଯେ ଲାଲଙ୍କୁ ଏଆରଲିଫ୍ଟ ମାଧ୍ୟମରେ ପାଟନାରୁ ଦିଲ୍ଲୀ ଏମ୍ସ ଅଣାଯାଇଥିଲା । ବର୍ତ୍ତମାନ ତାଙ୍କର ସେଠାରେ ଚିକିତ୍ସା ଜାରିଅଛି ।