ବଢିଲା ଅଭିନେତ୍ରୀ ରିୟାଙ୍କ ଅଡୁଆ
ଏଥିରେ ରିୟାଙ୍କ ସମେତ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିବା ନେଇ ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଛି….
ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢିବାରେ ଲାଗିଛି । ରିୟା ଗଞ୍ଜେଇ କିଣି ସୁଶାନ୍ତଙ୍କୁ ଦେଉଥିବା ନେଇ ଏନସିବିି ଆରୋପ ଲଗାଇଛି । ଏଥିରେ ରିୟାଙ୍କ ସମେତ ତାଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ଥିବା ନେଇ ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଛି । ଏନଡିପିସି ଧାରା ୧୯୮୫ ଅନୁସାରେ ୩୫ ଅଭିଯୁକ୍ତଙ୍କ ବିରୋଧରେ ଏନସିବି ଗତ ମାସ ଚାର୍ଜସିଟ ଦାଖଲ କରିଥିଲା ।