ଆମେରିକାର ଡ୍ରୋନ ଆକ୍ରମଣରେ ଇସଲାମିକ ଷ୍ଟେଟ ସିରିଆ ମୁଖ୍ୟ ମୃତ

ରିପୋର୍ଟ ମୁତାବକ, ସିରିଆରେ ଇସଲାମିକ ଷ୍ଟେଟର ଶୀର୍ଷ ନେତା ମାହେର ଅଲ-ଅଗଲ ଆମେରିକା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି….

ନୂଆଦିଲ୍ଲୀ: ଆମେରିକାର ଡ୍ରୋନ ଆକ୍ରମଣରେ ଇସଲାମିକ ଷ୍ଟେଟ ସିରିଆ ମୁଖ୍ୟଙ୍କ ମୃତ୍ୟୁ ଘଟିଛି । ରିପୋର୍ଟ ମୁତାବକ, ସିରିଆରେ ଇସଲାମିକ ଷ୍ଟେଟର ଶୀର୍ଷ ନେତା ମାହେର ଅଲ-ଅଗଲ ଆମେରିକା ଏୟାର ଷ୍ଟ୍ରାଇକରେ ପ୍ରାଣ ହରାଇଛି । ଆମେରିକା ସେନା ଅନୁସାରେ, ଏକ ଅଜ୍ଞାତ ବରିଷ୍ଠ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସମୂହର ନେତା ଏବଂ ବମ ନିର୍ମାତାକୁ ଗତ ମାସରେ ଏକ ରେଡ୍‌ ସମୟରେ ଧରା ଯାଇଥିଲା । ଏହାପୂର୍ବରୁ ଫେବୃୟାରୀରେ ଉତ୍ତରୀ-ପଶ୍ଚିମୀ ସିରିୟାରେ ୟୁଏସର ବିଶେଷ ବଳ ଦ୍ୱାରା ପୁରା ରାତି ରେଡ୍‌ ମାରିବା ପରେ ଇସଲାମିକ ଷ୍ଟେଟ ଆତଙ୍କବାଦୀ ସମୂହର ଶୀର୍ଷ ନେତା ଅବୁ ଇବ୍ରାହିମ ଅଲ-ହାମିଶୀ ଅଲ-କୁରେଶୀଙ୍କ ମୃତ୍ୟୁ ହୋଇଥିଲା ।